ରିବିକା.
ବନ୍ଧୁ ଓ ଶତ୍ରୁ ।
ଆୟୁବ ଚିନ୍ତିତ ଅଛନ୍ତି ।
ସେ ଆମ ପଲର ସବୁ ମେଷମାନଙ୍କୁ ଖୋଜି ପାଇନାହାଁନ୍ତି ।
ବାକିତକ ଚୋରୀ ହେଇଛି ବା ଏଣେତେଣେ ବୁଲୁଛନ୍ତି ।
ଏଣୁ ଆୟୁବ ଭୟଭୀତ
ଆମ ପାଖରେ ଏତେ ଅର୍ଥ ନାହିଁ ଯେ ଆମେ ଏଠୁ ଚାଲି ଯାଇପାରିବା
ଆଣ୍ଟିୟୋଖକୁ ।
ଆମେ ଯଦି ଜାଣୁ
ଯେ କିଏ ତାଙ୍କୁ ଆକ୍ରମଣ କରିଥିଲା,
ମୁଁ ବା ଆଉ କଣ କରି ପାରିବି ।
ଆମର କେହି ପ୍ରିୟଜନ ଦୁଃଖ ପାଇଲେ ଭାରି କଷ୍ଟ ଲାଗେ ।
କଷ୍ଟ ?
ମୁଁ ସତରେ
ସେପରି ଲୋକମାନଙ୍କୁ ଘୃଣା କରେ ।
ସାରା ।
ତୁ ଜାଣିଥା ଯେ, ତୋର ଏଇ ଘୃଣାଭାବ କେବଳ ତତେ କଷ୍ଟ ଦେବ ।
ଯାହାହେଲେ ବି ତୁ ସେମାନଙ୍କୁ କ୍ଷମା ଦେବା ଉଚିତ୍ ।
ହଁ ମୁଁ ଜାଣେ ।
କିନ୍ତୁ ବେଳେ ବେଳେ
ହଁ ଯାହା କରିବାକୁ ଚାହେଁ, ତା କରିପାରେ ନି ।
ଓହୋ
ମୁଁ ଜାଣେ, ହଁ ତା କଷ୍ଟ ।
ରିବିକା!
କୁଆଡ଼େ ଗଲ ?
ରିବିକା ।
ମୁଁ ଆଜି ଶାସନକର୍ତ୍ତାଙ୍କୁ ଭେଟିବାକୁ ଯାଉଛି...
ତମେ କିଏ ?
ଇଏ ହଉଛି ମୋର ପଡ଼ୋଶୀ ସାରା, ହାରୁନ୍ ।
ତମ ସାଙ୍ଗମାନଙ୍କ ଭିତରୁ ଆଉ ଜଣେ ।
ରିବିକା ।
ଯଦି ସେଇ ବଦ୍ମାସ୍ ମୀଖା ମୋତେ ଖୋଜିବାକୁ ଆସେ, ତେବେ ଜମା କବାଟ ଖୋଲିବନି । ସେ ଗୋଟିଏ ମିଛୁଆ ଆଉ ଗୋଟଏ ଚୋର । ମୁଁ ତାକୁ ପଶିବାକୁ ଦେବିନି । ନା ।
ସେମାନେ ଚାହାଁନ୍ତି, ଲୋକମାନଙ୍କଠାରୁ,
ଟଙ୍କା ନେବାକୁ
ସାରା ।
ହାରୁନ୍
ମୁଁ ତମ କଥା କେବେବି ଶୁଣିବିନି, ରିବିକା!
ତମେ କହୁଛ ସେଇ ଲୋକକୁ କ୍ଷମା ଦେବି ?
ତମର ଏଇ ଧର୍ମକଥାଗୁଡ଼ାକ ତମ ଭଳି ସ୍ତ୍ରୀ ଲୋକଙ୍କ ପାଇଁ ଠିକ୍, କିନ୍ତୁ ମୁଁ ଜଣେ ବାସ୍ତବବାଦୀ ଲୋକ ।
ମୁଁ ଜାଣେ ମୋ ଶତ୍ରୁ କଉମାନେ
ଏକଥା ମୁଁ କେମିତି ଭୁଲି ଯାଇପାରିବି ।
ମୀଖା ଚେଷ୍ଟା କରୁଛି ସେ...
କେବେ ହେଲେ ବି କବାଟ ଖୋଲିବନି ରିବିକା ।
ଆଉ ତମର ଏହି ସାଙ୍ଗମାନଙ୍କଠୁ ଟିକେ ଦୂରେଇକି ରୁହ ।
ଆସୁଛି ।
ହାରୁନ୍!
ମୋର ଡେରି ହେଇପାରେ ରିବିକା ।
ଦେଖ ସାରା କିଛି ଭାବିବୁନି ମୁଁ ଜାଣିପାରୁନି କଣ କରିବି ।
ମୁଁ ମୋ ସ୍ୱାମୀଙ୍କୁ ଭଲ ପାଏ ।
ମୁଁ ତାଙ୍କ ପାଇଁ ପ୍ରାର୍ଥନା କରେ ।
କିନ୍ତୁ ବେଳେବେଳେ ସେ ଏମିତି ଅବୁଝା ।
ତମେ ମୋ ମାଆଙ୍କ ପରି କଥା କହୁଛ ।
ରିବିକା ମାଉସୀ ।
ସାରା, ତୁ ଶୀଘ୍ର ଘରକୁ ଚାଲ । ବାପା ଫେରିଲେଣି!
ଫେରିଲେଣି? ସେ ତ...ତିନି ମାସ ପାଇଁ ବାହାରକୁ ଯାଇଥିଲେ ।
ଓ ଏବେ କଣ ହବ;
ଆଖି ?
ତାଙ୍କ ଆଖି ଦୁଇଟା । ଓଃ ମାଉସୀ, ତମେ ଆସିଲ ।
ହଁ, ଚାଲ ଚାଲ ।
ଠିକ୍ ଅଛି ।
ଓହୋ
ଓହୋ
ମୋ ସ୍ୱାମୀ!
ତମେ ଏଠି ସତରେ ଅଛ, ନା ମୁଁ ସ୍ୱପ୍ନ ଦେଖୁଛି ।
ନାଇ
ମୁଁ ଏଇଠି ଅଛି ।
ଏଇଟା ସ୍ୱପ୍ନ ନୁହେଁ ।
ସେମାନେ ତମର ଏମିତି କଣ କଲେ ?
ଗୋଟେ ଦୁର୍ଘଟଣା ଥିଲା, ଲୈଲା ।
ପଥର ଖଣ୍ଡଗୁଡ଼ା ଛିଟିକି ଆସି ଆଖିରେ ପଶିଯାଇଛି ।
ସ୍ୱାମୀ । ତମ ଆଖି ?
ଦୁର୍ଘଟଣା ଘଟିଗଲା
ଆଖିଟା ସଂକ୍ରମିତ ହୋଇଗଲା,
କିନ୍ତୁ ସେଇ ଅଗଣାରେ ଥିବା
ସେ ଲୋକଟା ମୋତେ ଯଦି ଦୟା କରି ନ ଥାନ୍ତା...
ସେ ଆଣିଲା ଘରକୁ ।
ଆମେ,
ଆମେ ତାଙ୍କୁ ଧନ୍ୟବାଦ ଦେବା ।
ମୁଁ ଭଲ ଥିଲେ ତାଙ୍କୁ ରାନ୍ଧିକି ଖୋଇଥାନ୍ତି ।
ନାହିଁ ।
ଆମ ଝିଅମାନେ
ତାଙ୍କର ଯତ୍ନ ନଉଛନ୍ତି ।
ମରିୟମ
ସାରାକୁ ଡାକିବାକୁ ଯାଇଛି ।
ବାପା ?
ସାରା ?
ବାପା! ନାହିଁ ଠିଆ ହୁଅନି ।
ତମକୁ ଏଠି ଦେଖି ବହୁତ ଖୁସି ଲାଗୁଛି ବାପା ।
ଏଇଠି ବସ ।
ହଁ ।
ଆରେ ସେଇ ଅଗଣାରେ କିଏ ଅଛି ?
ସେ ପରା ତୀତସ ।
ତମେ ତାକୁ ଟିକେ କଣ ଖାଇବାକୁ ଦିଅ ।
ସେ ମୋତେ ଘରକୁ ଆଣିଲା ।
କିନ୍ତୁ ବାପା ।
ସେ ତ ଜଣେ ରୋମୀୟ ସୈନିକ ।
ହଁ ।
ମୁଁ ଜାଣେ ସେକଥା ।
କିନ୍ତୁ ସେ ଯଦି ନ ଥାନ୍ତା, ତେବେ ମୁଁ ବିରୁଟ୍ରେ ସେମିତି ଅସହାୟ ଅବସ୍ଥାରେ ଏପର୍ଯ୍ୟନ୍ତ ପଡ଼ିରହିଥାନ୍ତି ।
ସେଇ ରୋମୀୟ ସୈନ୍ୟ ପାଇଁ ମୁଁ ବଞ୍ଚିଲି ।
ଆଉ ତମେ କହୁଛ...ତାକୁ ଆମେ ଘରେ ଖାଇବାକୁ ଦେବା ?
ହଁ,
ଆମ ଘରେ ।
ହଁ ବାପା ।
କିନ୍ତୁ ବାପା,
ତମ ଆଖି ଦିଟାର ଯତ୍ନ ନେବା ଦରକାର ।
ରିବିକା ମାଉସୀ ଅଛନ୍ତି । ସେ ତମର ଯତ୍ନ ନେବେ ।
ସେଇ ସ୍ତ୍ରୀ?
ଜମା ତାର ଏଠି ଦରକାର ନାହିଁ ।
ମୁଁ ବରଂ ମରିଯିବା ଭଲ!
ଓଃ...କଣ କରୁଛ ତୁମେ,
ସେ ନ ଥିଲେ, ମୁଁ ମରିଯାଇଥା’ନ୍ତି ।
ବୁଝିପାରୁନ ।
ସେ ଏଇଠି ଅଛି, ମାଆ ।
ତମେ ଜଣେ ଜିଦିଆ ଲୋକ!
ତମେ ନିଜ ଘରେ ଗୋଟିଏ ରୋମୀୟ ସୈନିକକୁ ଖାଇବାକୁ ଦେଇପାରିବ,
କିନ୍ତୁ ରିବିକା ଭଳି ଗୋଟେ ଭଲ ସ୍ତ୍ରୀକୁ ଘରେ ପୁରେଇବନି ?
ତା ସ୍ୱାମୀ ଯିଏ ବି ହେଇଥାଉନା କାହିଁକି,
ସେ ଜଣେ ଭଲ ସ୍ତ୍ରୀ ଆଉ ମୋର ଅତିପ୍ରିୟ ।
ବାପା, ତମେ ଘରକୁ ଆସିଥିବାରୁ ଆମେ ବହୁତ ଖୁସୀ ।
ଏବେ ଆମେ ତମ ଯତ୍ନ ନେଇପାରିବା ।
କିନ୍ତୁ ରିବିକା ମାଉସୀ ତମକୁ ସାହାଯ୍ୟ କରିବେ ।
ମୁଁ ସେଇ ସ୍ତ୍ରୀଲୋକକୁ ମୋ ଦେହ ଛୁଆଇଁ ଦେବିନି!
ସେ ତୁମକୁ ଛୁଇଁବନି ବାପା । ସେ କେବଳ ତମର ଆଖିର ଯତ୍ନ ନେବ ।
ରିବିକା ମାଉସୀ,
ମୁଁ ବହୁତ ଦୁଃଖିତ ।
ବ୍ୟସ୍ତ ହନି ଝିଅ ।
ମୁଁ ବୁଝିପାରୁଛି ।
ତମେ ଯାଅନି । ସେ କହିଲେ ତମେ ତାଙ୍କୁ ଦେଖିପାରିବ । କେବଳ ତାଙ୍କୁ,
ତାଙ୍କୁ ଛୁଇଁବନି । ମୁଁ ସେଇ ବ୍ୟାଣ୍ଡେଜ୍ ଗୁଡ଼ିକ ଖୋଲି ଦେବି, ଯେତିକି ଦରକାର ହେଇପାରିବ ।
ହଉ
ଆମେ ଚେଷ୍ଟା କରିବା ।
ତମକୁ କଣ
କଷ୍ଟ ହଉଛି, ବାପା ?
ନାହିଁ ।
ନା, କଷ୍ଟ ହଉନି ।
ମୁଁ ଭାବୁଛି ଘରେ ମୋର ବ୍ୟାଣ୍ଡେଜ୍ ବାନ୍ଧିବା ଦରକାର ହବନି ।
ଘା ଟା ଏଯାଏ ଶୁଖିନି ବାପା ।
ମୁଁ ଆଉ ଥରେ ନୂଆ ବ୍ୟାଣ୍ଡେଜ୍ ବାନ୍ଧି କରିଦେବି ।
ତମେ,
ତମେ ଅବି ଦେଖିପାରୁଛ ?
ନାହିଁ ।
ଦେଖିପାରୁନି
ତମେ ଟିକେ ଶୋଇପଡ଼ି ଓ ଆରାମ କର, ବାପା ।
ତୁମେ ଅନେକ ବାଟ ଯାତ୍ରା କରି ଆସିଛ ।
ଏ.... ହଁ
ଦାଉଦ କଉଁଠି ଅଛି ?
ସେ ଆସିବନି ରୋମୀୟମାନେ ଏଠି ଥିବାଯାଏ ।
କାହିଁକି ?
କଣ ହେଇଛି?
ସେ ଗଲାପରେ ଆମେ ତମକୁ କହିବୁ, ବାପା ।
ତେବେ ଏନୋଖ୍ ବିଷୟରେ ମତେ କହ,
ମୋ ସମ୍ପକୀୟ ଯୋନାସ୍ର ପୁଅ ।
ଘରକୁ ଆସିବା ଯାଏ
ମୁଁ ଭାବି ଚାଲିଥିଲି
କେବଳ ତୋ ବାହାଘର କଥା ମରିୟମ ।
ବାପା,
ଏନୋଖ ପାଇଁ ମୋର କୌଣସି ଆଗ୍ରହ ନାହିଁ ।
ଓ - ହୋ!
ମୁଁ ଜାଣିଥିଲି
ତାମାନେ...
ଆଉ ଜଣେ କିଏ ଅଛି ?
ଲୈଲା,
ତମେ କଣ ତାକୁ ପସନ୍ଦ କରୁଛ ?
ହଁ, ମୋର ସ୍ୱାମୀ ।
ହଁ ସତ କହିବାକୁ ଗଲେ
ମୁଁ ଜାଣିପାରୁନି ଯେ ସେହି ଯୁବକର
ଇଚ୍ଛା ଅଛି ନା ନାହିଁ ।
ତମେ ନ ଥିଲାବେଳେ ସେ ଆମର ବହୁତ ସାହାଯ୍ୟ କରିଛି ଯତ୍ନ ନେଇଛି ।
ସେ କିଏ ?
ଯାକୁବ ?
ହଁ ।
ଯାକୁବ ।
ତେବେ ।
ପ୍ରସ୍ତାବଟି ମନ୍ଦ ନୁହେଁ ।
ଯା ବିଶ୍ରାମ ନେ ।
ଯା ।
ଧନ୍ୟବାଦ ।
ତମେ କଣ ଭାବୁଛ ବାପା ପୁଣି ଥରେ ଦେଖିପାରିବେ ?
ମୁଁ କହିପାରିବିନି ।
ସେହି ଆଖି ଦିଟା ଏଯାଏ ଚିକିତ୍ସା ନ ହେଇ ସଂକ୍ରମଣ ହେଇଛି ।
ମୋର ବିଶ୍ୱାସ ହଉନି, ବାପା ଆମ ଘରକୁ ଜଣେ ରୋମୀୟ ସୈନ୍ୟକୁ ଆଣିଛନ୍ତି ।
ମୁଁ ଏମାନଙ୍କୁ ଘୃଣା କରେ ।
ତୁ କଣ ଭାବୁଛୁ ଯୀଶୁ ରୋମୀୟମାନଙ୍କୁ ଘୃଣା କରୁଥିଲେ, ମରିୟମ ?
ତୋର କଣ ମନେ ନାହିଁ ଯୀଶୁ କଣ କହିଥିଲେ ?
ସେ କହିଥିଲେ
ଆମେ ଆମର ଶତ୍ରୁଙ୍କୁ ପ୍ରେମ କରିବା ।
ଆଉ ତାହାହିଁ ଭିନ୍ନତା ଆଣିଦିଏ ।
ଏଇ ଜଗତରେ
ଶତ୍ରୁମାନଙ୍କୁ କ୍ଷମା କରିବାକୁ କଷ୍ଟ ଲାଗେ,
ଆମେ ସେଇମାନଙ୍କୁ କ୍ଷମା କରୁ ।
ଯାହାଠୁ ଭଲ ବ୍ୟବହାର ଆଶା କରୁ ।
ଈଶ୍ୱର ଆମକୁ ପ୍ରେମ କଲେ ଯେତେବେଳେ ଆମେ ତାଙ୍କ ଶତ୍ରୁ ଥିଲୁ
ଆଉ ସେ ଆମକୁ ତାହାହିଁ କରିବାକୁ କୁହନ୍ତି ।
ଯେଉଁମାନେ ଅପମାନ ଦିଅନ୍ତି, ସେମାନଙ୍କୁ ଭଲ ପାଇବାକୁ ।
ଯେତେବେଳେ ମୁଁ କ୍ରୁଶୀୟ ଯୀଶୁଙ୍କ କଥା ଭାବେ...
ସେ କ୍ଷମା ଦେଲେ, ଯଉମାନେ ତାଙ୍କୁ କ୍ରୁଶରେ ହତ୍ୟା କରିଥିଲେ ।
ସେଇପରି ସେ ଆମକୁ କ୍ଷମା ଦିଅନ୍ତି ।
ଯିଏ ଏତେ ତ୍ୟାଗ ଆମ ପାଇଁ କରିଛନ୍ତି ।
ଆମେ କଣ ଆମକୁ ଆଘାତ ଦେଇଥିବା ଲୋକଙ୍କୁ କ୍ଷମା ଦେବା ଉଚିତ ହେବନି ?
ତମେ କଣ ଏମିତି ଭାବ, ଯେତେବେଳେ ତମେ ବାପାଙ୍କୁ ସାହାଯ୍ୟ କର ।
ଓହୋ ।
ତମେ କଣ ତମ ଶତ୍ରୁକୁ ଭଲ ପାଅ ?
ତୋ ବାପା ମୋର କେବେ ବି ଶତ୍ରୁ ନୁହଁନ୍ତି, ମରିୟମ ।
ସେ ନିଜକୁ କିନ୍ତୁ ସେୟା ଭାବନ୍ତି ।
ଏଇ ପ୍ରଲେପ ନେଇ
ତାଙ୍କ ଆଖି ଉପରେ ରଖି, ଭଲରେ ତାକୁ ବାନ୍ଧି ଦେ ।
ହଁ ।
ଏଇଟା ସହଜ କଥା ନୁହେଁ,
ଆମ ଶତ୍ରୁମାନଙ୍କୁ ପ୍ରେମ କରିବା ।
ଅବଶ୍ୟ ଏହା କରିବା ଏତେ ସହଜ ନୁହେଁ ।
ତୁ ତାଙ୍କ ପାଇଁ ପ୍ରାର୍ଥନା କର ।
ତାଙ୍କ ପାଇଁ ପ୍ରାର୍ଥନା ?
ଓଃ! ଯାକୁବ । ଭିତରକୁ ଆସ ।
ଠିକ୍ ଅଛି ।
ସେ ଯିବା ପୂର୍ବରୁ ଆମେ ତାଙ୍କୁ ଖାଇବାକୁ ଦେଇଦବା ।
କିଏ ସେଠି ? କବାଟ ପାଖରେ କିଏ ?
ସେ,
ସେ ଯାକୁବ, ବାପା ।
ଯାକୁବ । ସେ ନିଜେ ଆସିଛି ! ତାକୁ ଭିତରକୁ ଆଣ ।
ତୁମ ବାପା ଅଛନ୍ତି ?
ହଁ, କିନ୍ତୁ
ସେ ଦେଖିପାରୁନାହାନ୍ତି ।
ତାଙ୍କ ଆଖି ଦିଟା ସଂକ୍ରମିତ ହେଇ ଅନ୍ଧ ହେଇଗଲା
ଯଦିଓ
ଅଳ୍ପ ସମୟ ପାଇଁ
ଶୁଣି ମୋତେ ଦୁଃଖ ଲାଗୁଛି ।
ଆସ ବାପା, ମୁଁ ତୁମକୁ ଧରୁଛି ।
ତମେ ଏଠିକି କାହିଁକି ଆସିଛ, ଯାକୁବ ?
ହୁଁ...
ମାନେ,
ମୁଁ...
ମୁଁ ପଶୁମାନଙ୍କର ଯତ୍ନ ନେଉଛି, ମାମୁଁ, ଆଉ...
ପାଟି ଲାଗୁଛି, ନାଇ ?
ବ୍ୟସ୍ତ ହୁଅନି, ଏମିତି ହୁଏ ।
ସତରେ, ମାମୁଁ ?
ଆଉ ତମ ବାପା ? କେମିତି ଅଛନ୍ତି ?
ଭଲ ଅଛନ୍ତି । ଧନ୍ୟବାଦ ।
ତମେ କେମିତି ଅଛ ?
ଭଲ ଅଛି ।
ହଁ ।
ଓ ପ୍ରଭୁ ।
ମୋର ଟିକେ ଯିବାର ଅଛି, ମାମୁଁ ।
ହଁ, ଯାଅ ।
ଯଦି କିଛି କହିବାର ନାହିଁ ତମର, ତେବେ ଯାଇପାର ।
ହଉ ମାମୁଁ, ନମସ୍କାର ।
ଆଉ ମୁଁ ତମଆଡ଼ୁ କୌଣସି ସମସ୍ୟା ଚାହେଁନି ବୁଝିପାରୁଛ ତ ?
ପ୍ରତ୍ୟେକ ବିଷୟ ଠିକ୍ ରୂପେ, ହବା ଉଚିତ ।
ଧନ୍ୟବାଦ ।
ଆସୁଛି ।
ଓ ମରିୟମ ।
ମରିୟମ ।
କାଲି ତମ ଭାଇ ମତେ ଦେଖିବାକୁ ଆସିଥିଲା ।
ତମ କଥା ବୁଝିବା ପାଇଁ କହିଥିଲା ।
କିଛି ଖବର ଅଛି ?
ସୈନିକ ବିଷୟରେ ତାକୁ କିଛି କହିବନି ।
କିନ୍ତୁ ବାପା ଆସିଛନ୍ତି ବୋଲି କହିଦେବ ।
ତମେ ଚାହଁ ତାକୁ ଫେରି ଆସିବାକୁ କହିବି ?
ହଁ, ପରିସ୍ଥିତି ବଦଳିଲେ ଆସିବ ।
ଧନ୍ୟବାଦ, ଯାକୁବ ।
ମତେ ଖରାପ ଲାଗୁଛି...
ଉଁ...ମାନେ
ବାପା ଆଉ...
ଠିକ୍ ଅଛି ।
ଚାଲ ଖାଇବାକୁ ଯିବା ।
ଆମେ ସେଇ ସୈନିକକୁ ଆଗେ ଖାଇବାକୁ ଦେଇଦେବା
ଆଉ...ତାପରେ...ସେ ଖାଇସାରିବା ପରେ ଆମେ ସବୁ ଖାଇବା ?
ଗ୍ରାସୀଆସ୍ (ଧନ୍ୟବାଦ) ।
ଲୋକମାନେ କାହିଁକି ପରସ୍ପରକୁ ଘୃଣା କରନ୍ତି ?
ଆପଣ କାହିଁକି କେବଳ ଆପଣଙ୍କୁ ଭଲ ପାଉଥିବା ଲୋକଙ୍କୁ ଭଲ ପାଆନ୍ତି ?
ମୌସାଙ୍କ ବ୍ୟବହାର ପ୍ରତି ରିବିକାଙ୍କ ପ୍ରତିକ୍ରିୟା କିପରି ଥିଲା ?
ପ୍ରେମ ବିଷୟରେ ଯୀଶୁଙ୍କ ବାକ୍ୟସବୁ ଆପଣଙ୍କୁ କଣ କହେ ?
ଆପଣ ନିଜ ଜୀବନରେ ଏହି କଥାସବୁକୁ କିପରି ପ୍ରୟୋଗ କରିବେ ?