ରିବିକା.
ସମସ୍ୟାର ସମୟ
ସାରା!
କଣ ହେଲା ?
(କଷ୍ଟର ସହିତ) ଡକାୟତମାନେ ଆସିଲେ ।
ମେଣ୍ଢାଗୁଡ଼ିକୁ ନେଇଗଲେ ।
ସେମାନେ ତାଙ୍କୁ ବହୁତ ମାରିଛନ୍ତି
ଆୟୁବ! ଆୟୁବ! ଓଃ! ଓଃ!
ସେମାନେ ତୁମର କିଛି ମେଣ୍ଢାଙ୍କୁ ନେଇଯାଇଛନ୍ତି, ଆଉ ଅନେକ ଛାଡ଼ି ପଳାଇଛନ୍ତି ।
ହୋଉ ତାଙ୍କୁ ଆମ ଘରକୁ ନେଇ ଆସ ।
ଆସ୍ତେ, ଆସ୍ତେ ।
ତାକୁ ଏଇଠି ଶୁଆଇଦିଅ ।
ଜାଣିଛୁ ମାରିକି ଘଉଡ଼ାଇ ଦେଲି ।
ସେଠି ଠିଆ ହୋଇଛୁ କଣ ? ଯାଆ, କୂଅରୁ ଆଉ ପାଣି ଆଣେ । ଯାଆ!
ସାରା!
ଦାଉଦ କେଉଁଠି ଥିଲା ?
ସେ ... ସେଠି ନ ଥିଲା ।
କଣ ? ତମେ, ଦାଉଦକୁ ତାପଲ ଜଗିବାରେ ସାହାଯ୍ୟ କର ।
ତମେ ତାପାଇଁ ନରମ ଶେଯ ଛାଡ଼ି ମାଟିରେ ଶୁଅ । ଆଉ ସେ ତମକୁ ଏକଲା ଛାଡ଼ି ଚାଲିଗଲା ?
ସାରା ।
ଧନ୍ୟବାଦ,
ଯାକୁବ ।
ମୁଁ ଏମିତି କିଛି କରିନି, ଯାହା ଆୟୁବ ମୁଁ ପାଇଁ କରି ନ ଥାନ୍ତା ।
ପଳାଇ ଥିବା ମେଣ୍ଢାକୁ ମୁଁ ଖୋଜୁଛି ।
ମୁଁ କୂଅ ପାଖରେ ଦଲିୟାକୁ ଦେଖିଲି । ସେ କହିଲା, ସହରରେ ସମସ୍ତେ ଜାଣିସାରିଛନ୍ତି ।
ଚୁପ୍ କର!
ତାଙ୍କ ହାତରେ ବହୁତ ଆଘାତ ଲାଗିଛି!
ଦଲିୟା କହୁଥିଲା, ସେମାନେ କହୁଥିଲେ, ଯେ ଆମେ ଆମ ମଶୀହଙ୍କୁ ମାନୁ ।
ଆମେ ଆମ ପୂର୍ବପୁରୁଷଙ୍କୁ ପ୍ରତ୍ୟାଖ୍ୟାନ କରିଛୁ ।
ହେଇପାରେ । ହେଇପାରେ ଆମ ବିଶ୍ୱାସ ପାଇଁ ମାଡ଼ ଖାଇଲି । ଆଃ!
ଶଃ...ଥାଉ, ଆୟୁବ
ଏଇଟା - ଏଇଟା କଣ ସମ୍ଭବ ନୁହେଁ ?
କିନ୍ତୁ ପୁରା ସହର କଣ ଆମ ବିରୁଦ୍ଧରେ ?
ଯୀଶୁଙ୍କୁ ତାଙ୍କ ନିଜ ଲୋକ ଗ୍ରହଣ କରିନଥିଲେ ।
ସେ ଜାଣିଥିଲେ ସେ ହତ ହେବେ, ତଥାପି ସେ ବାଧ୍ୟ ହେଲେ ।
ତମେ ବିଶ୍ରାମ ନିଅ!
ସେ ଆମଠାରୁ ସେଇଆ ଚାହାଁନ୍ତି – ସେ ଯେପରି ଆଦର୍ଶ ଦେଖେଇଛନ୍ତି - ଆଃ
ମୁଁ ବୁଝୁଛି । ତମର ବିଶ୍ରାମ ଦରକାର ।
ଆମ ଲକ୍ଷ୍ୟ ସେଇଆ ।
ଟିକେ ଚୁପ୍ ରୁହ, ଆୟୁବ ।
ଏପଟେ ନ ହେଲେ ସେପଟେ...ଆଃ!
ଆମେ, ଆମେ ଜାଣୁନା କେବେ
ଆମକୁ ବାଛିବାକୁ ହବ,
ସେଇ,
ସେଇ ଯୁବା ଶାସନକର୍ତ୍ତା ପରି ।
ତୁମେ ଧୈଯ୍ୟ ଧର
ଜାଣେ କଣ କହିବାକୁ ଚାହଁ ।
ପରିସ୍ଥିତି ଯାହା ହେଲେ ବି ଆମକୁ ଯୀଶୁଙ୍କ ପଛେ ଯିବାକୁ ହେବ ।
ସେ ଧନୀଯୁବା ଯୀଶୁଙ୍କୁ ପଚାରିଲା ଅନନ୍ତଜୀବନ ପାଇବା ପାଇଁ ମୁଁ କଣ କରିବି ।
ଯୁବା ସମୟରୁ ଆଜ୍ଞାସବୁ ପାଳନ କରୁଥିଲା ବୋଲି ।
ସେ ଦାବୀ କରୁଥିଲା ।
ଯୀଶୁ କହିଲେ, “ତଥାପି ଗୋଟିଏ ବିଷୟ କରିବାକୁ ବାକି ଅଛି ।
ତମର ଯାହା ଅଛି, ବିକି ଦିଅ,
ଟଙ୍କା ସବୁ ଗରୀବମାନଙ୍କୁ ଦିଅ, ଆଉ ତୁମେ ସ୍ୱର୍ଗରେ ଧନ ପାଇବ ।
ତାପରେ ମୋର ଅନୁଗମନ କର ।”
ଯୁବାଟି ବଡ଼ ଚିନ୍ତାରେ ପଡ଼ିଗଲା ।
ଆଉ ଧନକୁ ଛାଡ଼ିବା ପରିବର୍ତ୍ତେ, ଯୀଶୁଙ୍କ ଛାଡ଼ି ଚାଲିଗଲା ।
ସେ କଣ ଆମର ସମ୍ମାନ...ଆଉ ସମ୍ପତ୍ତିକୁ ତ୍ୟାଗ କରିବାକୁ କହିବେ ?
କହିପାରନ୍ତି ।
ତାଙ୍କର ଅନୁସରଣ କରିବାକୁ, ସେ ବାଧ୍ୟ କରନ୍ତିନି ।
ଥାଉ - ଆଉ କିଛି କୁହନି ।
ମନେରଖ,
ଯୀଶୁ
(ଦାନ୍ତ କଡ଼ମଡ଼ କରି)
ଯୀଶୁ କହିଲେ...ଯଦି... ତୁମେ...
ମୋ କଥା ନ ଶୁଣ ଆମେ ଯଦି ତାଙ୍କ କଥା ନ ଶୁଣୁ, ବା ବାଧ୍ୟ ନ ହେଉ... ଆଃ...
ଆମେ...ବାଲି ଉପରେ ଘର କରିବା ଲୋକପରି ହବା ।
ହଁ ଯେତେବେଳେ ବଢ଼ି ଆସିଲା, ତାହା ଭାସିଗଲା ।
କିନ୍ତୁ ପଥର ଉପରେ ତିଆରି ହୋଇଥିବା ଘର...
ତା ହେଉଛି ତାଙ୍କଠାରେ ।
ଗଢ଼ି ଉଠିଥିବା ଜୀବନ ।
ବଢ଼ି ଆସେ ଆଉ ପବନ ଜୋର୍ ରେ ଧକ୍କାମାରେ...
ଘରଟି କେବେବି ପଡ଼ିଯାଏନି ।
ତମେ,
ତମେ ଟିକେ, ବିଶ୍ରାମ ନିଅ ।
ଆୟୁବ! କଣ ହେଲା ?
ମାଡ଼ ଖାଇବା ପାଇଁ ତୁ ତାଙ୍କୁ ଛାଡ଼ି ଆସିଲୁ!
କଣ ?
ସେ ବଞ୍ଚିଛନ୍ତି । ତୋ ପାଇଁ ନୁହେଁ । ଯଦି ଯାକୁବ ଓ ଅବ୍ରାମ ସେଠି ନ ଥା’ନ୍ତେ ନା...ତାହେଲେ
ଭାଇ, ତୁମେ ସେଠି ଥିଲେ ବି କିଛି ଲାଭ ହୋଇ ନ ଥା’ନ୍ତା ...
କାରଣ ସେମାନେ ବେଶୀ ଥିଲେ ।
ମୁଁ ଦୁଃଖିତ, ଆୟୁବ ।
ତମ ସାଙ୍ଗେ ରହିବାର ଥିଲା ।
ତୁ କଉଠି ଥିଲୁ ?
ମୋର ଜଣଙ୍କୁ ସାକ୍ଷାତ କରିବାର ଥିଲା ।
କଣ ବଡ଼ି ଭୋରରୁ ?
ମୁଁ ଶୁଣିଛି ।
ସେମାନେ କଣ ସବୁ କହୁଛନ୍ତି ଶୁଣିଲି । ମୁଁ ସେସବୁକୁ ଖାତିର୍ କରେନି ।
ଧନ୍ୟବାଦ ।
ଧନ୍ୟବାଦ ନୌରା ।
ତମେମାନେ ମୋର ପଡ଼ୋଶୀ ବନ୍ଧୁ, ମୁଁ ତୁମ ସପକ୍ଷରେ ହିଁ ଠିଆ ହେବି ।
ମୁଁ ଯୀଶୁଙ୍କ ଅନୁଗମନ କରିବି...ସହରର ଲୋକମାନେ ଯାହା କୁହନ୍ତୁ ପଛେ ।
ଏମିତିକି ତୁମ ପରିବାର ଲୋକ ବିରୋଧ କଲେ ବି ?
ମୁଁ ସବୁବେଳେ ମୋ ବଡ଼ମାନଙ୍କୁ ସମ୍ମାନ କରେ । କିନ୍ତୁ ମୋ ଜୀବନ ପାଇଁ ମୋତେ ଈଶ୍ୱରଙ୍କୁ ଉତ୍ତର ଦେବାକୁ ହେବ ।
ମୁଁ ଭାବୁଛି ଆମେ ସମସ୍ତେ କରିବା ମରିୟମ ।
ମୁଁ ଆୟୁବଙ୍କ କଥା ଶୁଣିଲି ।
ରିବିକା ମାଉସୀ, ତୁମେ ଆସିଲ, ଭଲ ହେଲା ।
ଧନ୍ୟବାଦ । ତମେ ଆସିଛ
କେମିତି ଅଛ ? ହାତଗୋଡ଼ ଭାଙ୍ଗିନି ତ ?
ମୁଁ ଠିକ୍ ଅଛି ।
ନା ମୁଁ ଭାବୁଛି, ତାଙ୍କ ହାତ ଭାଙ୍ଗିଛି ।
ଠିକ୍ ଅଛି, ଆମେ...
ଶୀଘ୍ର କିଛି କରିବା, ତାହେଲେ ଆମେ ହାତଟା ଫୁଲିଯିବା ପୂର୍ବରୁ ଯୋଡ଼ି ଦେଇପାରିବା ।
ହଁ, ମରିୟମ! ମୋତେ କିଛି ସଫା କପଡ଼ା ଦରକାର । ଆଣିଲୁ ।
ମୋ ସ୍ୱାମୀ ଭଙ୍ଗା ମନକୁ ଯୋଡ଼ି ଦେଇଥିଲେ । ମୁଁ ବି କରିପାରିବି ।
ମୁଁ ଭାବୁଛି, ତୁମଠାରୁ ଆମକୁ ଜଣେ ବଳବାନ ଲୋକ ଦରକାର ।
ଦାଉଦ ?
ଏବେ
ତୁ କେବଳ ଏଇଟାକୁ...ମାନେ ଏଇ ହାତକୁ ଏମିତି ଧରିବୁ ।
ଜୋରେ - ଧର
ବହୁତ ଧନ୍ୟବାଦ ।
ଆୟୁବ ହେଉଛି ଜଣେ ଉତ୍ତମ ଯୁବକ ।
ହଁ, ହଁ,ସେ ଭଲ ।
ସେ ଭଲ ହୋଇଯିବ । ତମେ ତାକୁ ଯୋଡ଼ି ଭଲ କଲ, ରିବିକା ।
ରକ୍ଷା, ଯାହାହେଉ ସେଇଟା ମାରାତ୍ମକ ନ ଥିଲା ।
ଘରକୁ ଫେରିବା ପୂର୍ବରୁ ଏଠି ଟିକେ ବିଶ୍ରାମ ନେଇଯିବା ।
ହଁ, ଝିଅ ।
ଖୁବ୍ ଭଲ ହୁଅନ୍ତା ।
ବେଳେବେଳେ
ଆମକୁ ଦୁଃଖ ଭିତରେ
ଯିବାକୁ ପଡ଼ିଥାଏ,
ଯେମିତି ଆମେ ଭାଙ୍ଗି ପଡ଼ିବୁ ନି ।
ଯେମିତି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବୁ ।
ମୁଁ ଦେଖୁଛି ଆୟୁବ ଅପେକ୍ଷା ...ତମ ମନରେ... ବେଶୀ ଆଗ୍ରହ...
ମୁଁ ... ନାଜରିତର ଯୀଶୁଙ୍କ ବିଷୟରେ ବସି ଚିନ୍ତା କରୁଥିଲି । ଯାହାଙ୍କ କାହାଣୀଗୁଡ଼ିକ ବିଷୟରେ
ତମେ ମତେ ଅନେକଥର କହିଥିଲ ।
ହଁ?
ତାଙ୍କ କଥାସବୁ
ଶକ୍ତିଯୁକ୍ତ
ମୁଁ ଦିନସାରା କେବଳ ତାଙ୍କ ବିଷୟରେ ଚିନ୍ତା କରି ଚାଲିଥିଲି
ଆଉ ମୋ ହୃଦୟ ଉତ୍ତପ୍ତ ହୋଇଗଲା ।
ମୁଁ ନିଜ ଭିତରେ ଅନୁଭବ କଲି ଯେ, ସେ ହିଁ ସେଇ ପବିତ୍ର ବ୍ୟକ୍ତି, ଈଶ୍ୱର ଯାହାଙ୍କୁ ପଠାଇଥିଲେ
ଓଃ, ନୋରା, ଏହା ଅତି ଭଲକଥା!
ତୁମେ କଣ ତାଙ୍କର ଅନୁଗମନ କରିବାକୁ
ଓ ତାଙ୍କ ହାତରେ ନିଜ ଜୀବନକୁ ଦେବାକୁ ପ୍ରସ୍ତୁତ?
ମୁଁ ଜୀବନର ଆଉ କିଛି ମୂଲ୍ୟନାହିଁ ।
ଏହା ସରିବାକୁ ବସିଲାଣି ।
କିନ୍ତୁ ଆଉ ଯେତିକି ବାକି ଅଛି,
ତାହା ଯଦି ସେ ନେବେ,
ମୁଁ ଖୁସିରେ ତାଙ୍କୁ ଦେଇପାରିବି ।
ନିଶ୍ଚୟ ସେ ତାହା ନେବେ ।
ଯୀଶୁ ଥରେ କାହାଣୀଟିଏ କହୁଥିଲେ ।
ଜଣେ ଦ୍ରାକ୍ଷାକ୍ଷେତ୍ରର ମାଲିକ ବିଷୟରେ ।
ସେହି ଲୋକ ଅତି ସକାଳୁ ବାହାରିଗଲେ, ଶ୍ରମିକମାନଙ୍କୁ ନିଯୁକ୍ତ କଲେ ଓ ପ୍ରତ୍ୟେକଙ୍କୁ ଗୋଟିଏ ରୂପା ମୁଦ୍ରା ଦେବାକୁ ଚୁକ୍ତି କଲେ,
ଯାହା ଦିନକର ବେତନ ଥିଲା । ଆଉ ଦିନ ଗଡ଼ିଯିବା ପରେ ସେ ଆଉ କିଛି ଶ୍ରମିକଙ୍କୁ ନିଯୁକ୍ତ କଲେ ।
ତାପରେ ସୂର୍ଯ୍ୟାସ୍ତର ଅଳ୍ପ ପୂର୍ବରୁ ମଧ୍ୟ ସେ ତାଙ୍କ କ୍ଷେତରେ ଆଉ କିଛି ଲୋକଙ୍କୁ ରଖିଲେ ।
ତାପରେ...ଯେତେବେଳେ ଶ୍ରମିକମାନଙ୍କୁ ବେତନ ଦେବା ସମୟ ଆସିଲା...ମାଲିକ ପ୍ରତ୍ୟେକ ଶ୍ରମିକଙ୍କୁ ସାରା ଦିନର ବେତନ ଦେଲେ!
ଏହାଦେଖି ସାରା ଦିନ ଖଟିଥିବା ଲୋକମାନେ ରାଗିଗଲେ ।
ଆଉ କହିଲେ, ପଛରେ ଆସିଥିବା ଲୋକମାନେ ତ ମାତ୍ର ଘଣ୍ଟାଏ କାମ କରିଛନ୍ତି,
ଆଉ ଆମେ ସବୁ ପ୍ରଚଣ୍ଡ ଖରାରେ ଠିଆ ହେଇ ସାରା ଦିନ କାମ କରିଛୁ ।
କିନ୍ତୁ ଆପଣ ଆମକୁ ଯାହା ବେତନ ଦେଲେ, ସେମାନଙ୍କୁ ଠିକ୍ ତାହା ଦେଲେ!”
ମାଲିକ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ଠକିନି ।
ତା ଛଡ଼ା ଗୋଟିଏ ରୂପା ମୁଦ୍ରା ନେଇ କାମ କରିବାକୁ ତମେମାନେ ଚୁକ୍ତି କରି ନ ଥିଲ ।
ନିଜ ଇଚ୍ଛାରେ ମୋ ଟଙ୍କାକୁ କଣ ମୁଁ ଖର୍ଚ୍ଚ କରିପାରିବିନି ?
ନା ମୋର ଉଦାରତା ଦେଖି ତୁମମାନଙ୍କ ମନରେ ଈର୍ଷ୍ୟା ଜାତ ହୋଇଛି ?
ଯୀଶୁ ଏହା କହି କାହାଣୀଟି ଶେଷ କଲେ, “ଯିଏ ଶେଷରେ ଅଛି...ସିଏ ପ୍ରଥମ ହବ,
ଆଉ ପ୍ରଥମ ଲୋକ, ଶେଷରେ ରହିବେ ।”
ତୁମକୁ ହୁଏତ ଈଶ୍ୱରଙ୍କ ଦ୍ରାକ୍ଷାକ୍ଷେତ୍ରରେ କିଛି ଘଣ୍ଟା କାମ କରିବାକୁ ପଡ଼ିପାରେ,
କିନ୍ତୁ ଏହା ହେବ ତୁମର ସର୍ବଶ୍ରେଷ୍ଠ ଦିନଗୁଡ଼ିକ ।
ଆଉ ଯୀଶୁ ଆମକୁ ଏହି ପ୍ରତିଜ୍ଞା ଦେଇଛନ୍ତି ଯେ, ସେ ତାଙ୍କର ଶିଷ୍ୟମାନଙ୍କୁ କଦାପି ଏକାକୀ ଛାଡ଼ିବେନି । ସେ ଏଠାରେ ଆମ ସହିତ ଅଛନ୍ତି!
ଆଉ ଯେତେବେଳେ ଆମେ ଏହି ଶରୀରକୁ ପଛରେ ଛାଡ଼ିଯିବୁ...ସେ ଆମକୁ ତାଙ୍କ ଉପସ୍ଥିତି ମଧ୍ୟକୁ ସ୍ୱାଗତ କରିବେ ।
ଆଉ ସେହି ସ୍ଥାନ ହେଉଛି ମହା ଆନନ୍ଦ ଓ ମହା ଗୌରବମୟ ସ୍ଥାନ!
ଓଃ,
ମୁଁ ଜାଣେ ମୋ ପରିବାର ପାଇଁ ଏହା ସମସ୍ୟା ସୃଷ୍ଟି କରିବ ।
ସେହି କଷ୍ଟ ଦିନେ ଲାଘବ ହେବ
ହେଇପାରେ
ତମେ ମୋ ପାଇଁ ପ୍ରାର୍ଥନା କରିବ, ରିବିକା ?
ହଁ
ଯେତେବେଳେ ଲୋକମାନେ ତୁମର ବିରୋଧ କରିବେ ଆଉ ତୁଚ୍ଛ କରିବେ, ତୁମର ପ୍ରତିକ୍ରିୟା କଣ ହେବ ?
ଅନ୍ୟମାନଙ୍କ ସହିତ ଏକମତ ହେଉ ନ ଥିବାବେଳେ ଆମେ କିପରି ସେମାନଙ୍କୁ ସମ୍ମାନ କରିପାରିବା ?
ଧନୀ ଯୁବା ଶାସକଙ୍କ କାହାଣୀରୁ ମରିୟମ କଣ ଶିଖିଲା ?
ପଥର ଉପରେ ଓ ବାଲି ଉପରେ ତିଆରି ହେଇଥିବା ଘରଗୁଡ଼ିକର କାହାଣୀ ଆପଣଙ୍କ ପାଇଁ କି ଅର୍ଥ ପ୍ରକାଶ କରେ ?
ଯଦି ଆପଣ ଦ୍ରାକ୍ଷାକ୍ଷେତ୍ରର ମାଲିକଙ୍କ କାହାଣୀରେ ଥାଆନ୍ତେ, ତେବେ କେଉଁ ଶ୍ରମିକ ହୋଇଥାଆନ୍ତେ ଓ କାହିଁକି ?